Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟସଭା ରେସ୍‌: କିଏ ହେବେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବା ନେଇ କାର୍ଯ୍ୟସୂଚୀ ଜାରି ହେବାପରେ ଶାସକ ବିଜେଡିରେ ଉଷ୍ମତା ବଢ଼ିଯାଇଛି। ବିଜେପିକୁ ୪ର୍ଥ ଆସନ ଛାଡ଼ିବା ନେଇ ରହିଥିବା ଅନିଶ୍ଚିତତା ମଧ୍ୟରେ ବିଜେଡି ନିଜର ୪ଜଣ ପ୍ରାର୍ଥୀଙ୍କୁ କିଭଳି ଜିତାଇବ ଓ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ ନିର୍ଦ୍ଧାରଣ ହେବ ସେ ନେଇ ରଣନୀତି ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। ଦଳ ଚଳିତ ରାଜ୍ୟସଭା ନିର୍ବାଚନ ମାଧ୍ୟମରେ ନିଜର ପ୍ରାଥମିକତା ଓ ପ୍ରତିବଦ୍ଧତାର ସନ୍ଦେଶ ଜାତୀୟସ୍ତରରେ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବା ନେଇ କାର୍ଯ୍ୟସୂଚୀ ଜାରି ହେବାପରେ ଶାସକ ବିଜେଡିରେ ଉଷ୍ମତା ବଢ଼ିଯାଇଛି। ବିଜେପିକୁ ୪ର୍ଥ ଆସନ ଛାଡ଼ିବା ନେଇ ରହିଥିବା ଅନିଶ୍ଚିତତା ମଧ୍ୟରେ ବିଜେଡି ନିଜର ୪ଜଣ ପ୍ରାର୍ଥୀଙ୍କୁ କିଭଳି ଜିତାଇବ ଓ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ ନିର୍ଦ୍ଧାରଣ ହେବ ସେ ନେଇ ରଣନୀତି ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। ଦଳ ଚଳିତ ରାଜ୍ୟସଭା ନିର୍ବାଚନ ମାଧ୍ୟମରେ ନିଜର ପ୍ରାଥମିକତା ଓ ପ୍ରତିବଦ୍ଧତାର ସନ୍ଦେଶ ଜାତୀୟସ୍ତରରେ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦଳ ୪ଟି ଯାକ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଉପରେ ଏବେ ଗୁରୁତ୍ୱ ଦେଉଛି। ଦଳର ଆଇଟି ୱିଙ୍ଗ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ଦେଇ ପରୋକ୍ଷ ମଧ୍ୟ ତାହା ସ୍ପଷ୍ଟ କରିସାରିଛନ୍ତି। ଦଳ ସମସ୍ତ ୪ଟି ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ପ୍ରାରମ୍ଭିକସ୍ତରରେ ଆଲୋଚନା କରି ରଣନୀତି ପ୍ରସ୍ତୁତ ସାରିଛି ଓ ବିଜେଡି ସୁପ୍ରିମୋ ମଧ୍ୟ ଏହି ରଣନୀତି ଉପରେ ଆଗେଇବା ପାଇଁ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି। ବିଜେଡି ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ଓ ଓବିସି ଗଣନା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ଦୁଇ ବର୍ଗରୁ ୨ଟି ପ୍ରାର୍ଥୀ ପଠାଇବା ପ୍ରାୟତଃ ନିଶ୍ଚିତ। ସେହିପରି ଅନ୍ୟ ୨ଟି ଆସନ ପାଇଁ ଦଳ କୌଣସି ଅନୁସୂଚିତ ଜନଜାତି ବର୍ଗର ନେତାଙ୍କୁ ମଧ୍ୟ ବିଚାରକୁ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେଡି ସୂତ୍ର ଅନୁସାରେ, ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟସ୍ତରରେ ଉଦ୍ୟମ କରିଥିବାରୁ ଏବେ ତାହା ଉପରେ ଅଧିକ ଫୋକସ ଦେଉଛି। ଯଦିଓ ୫ଜଣ ମହିଳାଙ୍କୁ ଲୋକସଭାକୁ ପଠାଇଛି ଓ ରାଜ୍ୟସଭାରେ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ତଥାପି ଏହି ମହିଳା ସାଂସଦମାନଙ୍କ ପ୍ରଦର୍ଶନ ନିରାଶାଜନକ ଥିବାରୁ ବିଜେଡି ସୁପ୍ରିମୋ ଖପ୍ପା ଅଛନ୍ତି। ତା’ଛଡ଼ା ରାଜ୍ୟସଭାରେ ଦଳର ମହିଳା ପ୍ରତିନିଧିତ୍ୱ ବି ଜରୁରୀ। ଯେଉଁଥିପାଇଁ ପ୍ରଦର୍ଶନ କରିପାରୁଥିବା ଦକ୍ଷ ନେତ୍ରୀଙ୍କୁ ଦଳ ଭିତରୁ ଚୟନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହି ଆଧାରରେ ଦଳ ନିଜର ମହିଳା ଚେହେରା ଭାବେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଚାର କରୁଥିବା ସୂଚନା ମିଳିଛି। ଶ୍ରୀମତୀ ମିଶ୍ରଙ୍କର ମଧ୍ୟ ଦଳର ଭୋଟବ୍ୟାଙ୍କ ଭାବେ ପରିଚିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଦଖଲ ଥିବା ଜଣାପଡ଼ିଛି।
ସେହିପରି ଓବିସି ଗଣନା ଉପରେ ଏବେ ଦଳ ପ୍ରାଥମିକତା ଦେଉଥିବାରୁ ଜଣେ ଓବିସି ବର୍ଗର ନେତାଙ୍କୁ ପଠାଇବାର ଯଥେଷ୍ଟ ସମ୍ଭାବନା ଅଛି। ତେବେ ଏହି ରେସରୁ ପରାଜିତ ନେତା(ସାଧାରଣ ନିର୍ବାଚନରେ)ଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ତଥା ଦଳୀୟ ସୁପ୍ରିମୋଙ୍କ କଥାରେ ନିର୍ବାଚନ ଲଢ଼ିନଥିବା ଏଭଳି ବର୍ଗର ନେତାଙ୍କୁ ଏବେ ଖୋଜା ଚାଲିଛି।
ସେହିପରି ଦଳର ସୁପ୍ରିମୋ ନିର୍ବାଚନ ସମୟରେ ଦୁଇ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ପଠାଇବାର ସମ୍ଭାବନା ରହିଛି।
ସେହିପରି ଦଳ ଚଳିତ ନିର୍ବାଚନରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଦିଲ୍ଲୀପ ରାୟ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଆଦିଙ୍କ ନାଁ ଉପରେ ମଧ୍ୟ ବିଚାର କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨ତାରିଖରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଞ୍ଜିବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତା’ଛଡ଼ା ପୂର୍ବରୁ ଇସ୍ତଫା ଦେଇଥିବା ଅନୁଭବ ମହାନ୍ତିଙ୍କ ଆସନଟି ମଧ୍ୟ ଖାଲି ପଡ଼ିଛି। ଏହି ୪ଟି ଯାକ ଆସନରେ ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୬ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top