Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଢିଲା ଲକ୍ସ, ରିନର ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ କଲବଲ ହେଉଛି ସାଧାରଣ ଜନତା। ତୈଳଦର ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରାୟ ସମସ୍ତ ସାମଗ୍ରୀର ଦର ଏବେ ଆକାଶଛୁଆଁ। ଆଉ ଏହାରି ମଧ୍ୟରେ ଆସିଛି ମୁଣ୍ଡ ବିନ୍ଧାଇଲା ଭଳିଆ ଖବର। ସାବୁନ, ଡିଟରଜେଣ୍ଟର ଦର ମଧ୍ୟ ବୃଦ୍ଧି ପାଇଛି। ଦେଶର ସବୁଠୁ ବଡ଼ ଏମଏଫସିଜି କମ୍ପାନୀ ଏଚୟୁଏଲ ତାର ଉତ୍ପାଦ ହ୍ବିଲ ପାଉଡରର ଦରକୁ ବଢାଇ ଦେଇଛି।

ଏହି ଦରରେ ପ୍ରାୟ ୩.୫ ପ୍ରତିଶତ ବୃଦ୍ଧି କରିଛି କମ୍ପାନୀ । ସେହିପରି ଲକ୍ସ ସାବୁନର ଦରରେ ମଧ୍ୟ ବୃଦ୍ଧି ଘଟିଛି। ଲକ୍ସ ସାବୁନର ଦରରେ ୮ ରୁ ୧୨ ପ୍ରତିଶତ ବୃଦ୍ଧି କରିଛି କମ୍ପାନୀ। ସେହିପରି ଡିଟରଜେଣ୍ଟ ସାବୁନର ଦାମ 14 ପ୍ରତିଶତ ବୃଦ୍ଧି ଘଟିଛି। ଟ୍ରାନସପୋର୍ଟ, ଅନ୍ୟ ସାମଗ୍ରୀ, ସାବୁନ ତିଆରିର ମୂଳ ଉପାଦାନରେ ବୃଦ୍ଧି ଘଟିଥିବାରୁ ଏସବୁର ଦରରେ ବୃଦ୍ଧି ଘଟିଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ କି ଲକ୍ସ ଉତ୍ପାଦାନକାରୀ ସଂସ୍ଥା ହିନ୍ଦୁସ୍ଥାନ ୟୁନିଲିଭର ବ୍ରିଟିଶ କମ୍ପାନୀ ୟୁନିଲିଭରର ଏକ ସହାୟକ ଅନୁଷ୍ଠାନ, ଯାହା ଦେଶରେ ବେଶ ଲୋକପ୍ରିୟତା ହାସଲ କରିପାରିଛି। ଏହି କମ୍ପାନୀର ପ୍ରାୟ ଅଧିକାଂଶ ସାମଗ୍ରୀ ଦେଶର ପ୍ରତିଟି ଲୋକଙ୍କ ଘରେ ବ୍ୟବହାର କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ ହ୍ବିଲ ପାଉଡ଼ର ୫୦୦ ଗ୍ରାମ ପ୍ୟାକେଟ ପିଛା ୧ ରୁ ୨ ଟଙ୍କା ବୃଦ୍ଧି ଘଟିଛି। ସେହିପରି ସର୍ଫ ଏକ୍ସେଲ କିଲୋଗ୍ରାମ ପିଛା ୧୪ ଟଙ୍କା ବୃଦ୍ଧି ଘଟିଛି। ରିନ ପାଉଡ଼ର କିଲୋ ପିଛା ୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅଧ କିଲୋଗ୍ରାମ ପିଛା ୩ଟଙ୍କା ବୃଦ୍ଧି ପାଇଛି। ସେହିପରି ଲକ୍ସ ସାବୁନ ଖଣ୍ଡ ପିଛା ୧୨ ପ୍ରତିଶତ ବୃଦ୍ଧି ଘଟିଛି। ଘରେ ଘରେ ପରିଚିତ ଲାଇଫ ବୟ ସାବୁନ ଖଣ୍ଡ ପିଛା ୮ ପ୍ରତିଶତ ବୃଦ୍ଧି ଘଟିଛି। ସେୟାର ମାର୍କେଟରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ ବା ଏଚୟୁଏଲର ଦରରେ ବୃଦ୍ଧି ଘଟିଛି। ଷ୍ଟକ ଏକ୍ସେଚେଞ୍ଜରେ ୧୫ ଟଙ୍କା ବୃଦ୍ଧି ଘଟି ୨୭୯୫ ଟଙ୍କାରେ ପହଞ୍ଚିଛି।

ତେବେ କମ୍ପାନୀ ତାର ଉତ୍ପାଦ ଉପରେ ଦର ବୃଦ୍ଧି କରିବା ପରେ ଅନ୍ୟ କମ୍ପାନୀ ମାନେ ମଧ୍ୟ ସେମାନଙ୍କ ଉତ୍ପାଦର ଦର ବୃଦ୍ଧି କରିବାର ସମ୍ଭାବନା ରହିଛି। କାରଣ ଏହି ସାବୁନ ପ୍ରସ୍ତୁତିରେ ପାମ ତେଲର ଆବଶ୍ୟକତା ରହିଥାଏ। ଏହି ତେଲ ଇଣ୍ଡୋନେସିଆ ଓ ମାଲେସିଆରୁ ଆମଦାନୀ ହୋଇଥାଏ। ଭାରତ ପ୍ରାୟ ୭୦ ପ୍ରତିଶତ ତେଲ ଇଣ୍ଡୋନେସିଆରୁ ହିଁ ଆମଦାନୀ କରିଥାଏ। ୩୦ ପ୍ରତିଶତ ତେଲ ମାଲେସିଆ ଯୋଗାଇ ଥାଏ। ତେଲର ଦର ଲଗାତାର ଭାବେ ବୃଦ୍ଧି ପାଉଥିବା କାରଣରୁ ଅନ୍ୟକମ୍ପାନୀ ମାନେ ମଧ୍ୟ ସେମାନଙ୍କର ଉତ୍ପାଦରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top