Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭାରତରେ କାହାକୁ ବି ଡରିବାର ଆବଶ୍ୟକ ନାହିଁ: ମୋହନ ଭାଗବତ

ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ନାଗରିକ ଜଣେ ଜଣେ ହିନ୍ଦୁ । ଏଠାରେ କୌଣସି ନାଗରିକଙ୍କୁ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ରାଷ୍ଟ୍ରିୟ ସ୍ବୟଂସେବକ ସଂଘରର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ପୁଣେ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପଲିସି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ଭାଗବତ ଏପରି କହିଛନ୍ତି। ଯେଉଁଠାରେ ସେ ତାଙ୍କ ମତ ସ୍ପଷ୍ଟ କରି କହିଥିଲେ ଯେ ଉଭୟ ହିନ୍ଦୁ ଏବଂ ମୁସଲମାନ ‘ସମାନ ବଂଶ’ ଅଟନ୍ତି। ‘ହିନ୍ଦୁ’ ଶବ୍ଦ ବଂଶାନୁକ୍ରମିକ ତଥା ମାତୃଭୂମି ଏବଂ ଭାରତୀୟ ଶବ୍ଦର ସମକକ୍ଷ ଥିଲା ବୋଲି ସେ କହିଚନ୍ତି।

ଶ୍ରୀ ଭାଗବତ କହିଛନ୍ତି କି ନେସନ ଫାର୍ଷ୍ଟ, ନେସନ ସୁପ୍ରିମ ନାମକ ଏକ ସେମିନାରରେ ଶ୍ରୀ ଭାଗବତ କହିଥିଲେ କି ହିନ୍ଦୁ ଶବ୍ଦ ଆମର ମାତୃଭୂମୀ, ପୂର୍ବଜ ଏବଂ ସଂସ୍କୃତିକୁ ସମୃଦ୍ଧି ସହିତ ସମାନ। ଆଉ ଏଠାରେ ପ୍ରତିଟି ଭାରତୀୟ ହିନ୍ଦୁ ଅଟେ। ଏହା ଅନ୍ୟ ବିଚାର ପ୍ରତି ଅସମ୍ମାନ ନୁହେଁ । ଆମେ ମୁସଲିମଙ୍କ ଅପେକ୍ଷା ଭାରତୀୟଙ୍କ ବିଷୟରେ ଚିନ୍ତା କରିବାର ଆବଶ୍ୟକ ରହିଛି। ଭାରତରେ ସଂଖ୍ୟାଲଘୁଙ୍କୁ କୌଣସି କାରଣ ପାଇଁ ଡରିବାର ଆବଶ୍ୟକ ନାହିଁ। କାରଣ ହିନ୍ଦୁମାନେ କାହା ସହିତ ଶତ୍ରୁତା କରିବାକୁ ଭଲ ପାଆନ୍ତି ନାହିଁ।

ମୁସଲମାନ ଆଧିପତ୍ୟ ପରିବର୍ତ୍ତେ ଭାରତୀୟ ଆଧିପତ୍ୟ ହାସଲ କରିବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ଦର୍ଶାଇ ମୋହନ ଭଗବତ ମୌଳିକବାଦୀମାନଙ୍କ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହେବାକୁ ‘ବୁଦ୍ଧିମାନ’ ମୁସଲମାନ ନେତାମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି, “ଆକ୍ରମଣକାରୀଙ୍କ ସହ ଇସଲାମ ଭାରତକୁ ଆସିଥିଲା। ଏହା ଇତିହାସ ଏବଂ ଏହାକୁ ଯେପରି କହିବା ଉଚିତ୍। ଜ୍ଞାନୀ ମୁସଲମାନ ନେତାମାନେ ଅନାବଶ୍ୟକ ପ୍ରସଙ୍ଗକୁ ବିରୋଧ କରିବା ଉଚିତ ଏବଂ ମୌଳିକବାଦୀ ତଥା ଉଗ୍ରବାଦୀଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହେବା ଉଚିତ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top