Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ

ନ୍ୟୁଜିଲାଣ୍ଡଠୁ ନେଲା ୨୫ବର୍ଷର ପ୍ରତିଶୋଧ

ରୋହିତ ଶର୍ମା ‘ମ୍ୟାନ ଅଫ ଦି ମ୍ୟାଚ’

ଦୁବାଇ: ଆଜି ଦୁବାଇ ଇଂଟରନ୍ୟାସନାଲ ଷ୍ଟାଡ଼ିୟମରେ ଏକ ରୋଚକପୂର୍ଣ୍ଣ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଟିମଇଣ୍ଡିଆ ଦୀର୍ଘ ୧୨ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଏହାସହିତ ନ୍ୟୁଜିଲାଣ୍ଡଠୁ ୨୫ବର୍ଷ ପୁରୁଣା ପ୍ରତିଶୋଧ ମଧ୍ୟ ନେଇଛି । ୨୦୦୨ ଓ ୨୦୧୩ ମସିହା ପରେ ଚଳିତବର୍ଷ ଚାମ୍ପିଅନ୍ସ ଟ୍ରଫିକୁ ଭାରତ ଜିତି ସବୁଠୁ ଅଧିକ ଥର ଚାମ୍ପିଅନ୍ସଟ୍ରଫି ଜିତିଥିବା ଟିମ୍ ପାଲଟିଛି । କ୍ୟାପଟେନ୍ ରୋହିତ ଶର୍ମା ନିଜର ଶାନଦାର ୭୬ ରନ୍ ପାଇଁ ‘ମ୍ୟାନ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।
ଆଜି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଭାରତ ଆଗରେ ଜିତିବା ପାଇଁ ୨୫୨ ରନ୍ ଟାର୍ଗେଟ୍ ରଖିଥିଲା । ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ୬୩ରନ୍ ଓ ବ୍ରେସବେଲ ୫୩ ରନ୍ ସହାୟତାରେ ଦଳ ୨୫୧ ରନ୍ ଲକ୍ଷ୍ୟ ଭାରତ ଆଗରେ ରଖିଥିଲା । ତେବେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ୭୬ ରନ୍ ଓ ଶ୍ରେୟସ, ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଯୋଡ଼ି ଭାରତକୁ ଏହି ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟିମ୍ ଇଣ୍ଡିଆ ଆଜି ପ୍ରଥମେ ବୋଲିଂ କରିଥିଲା ଏବଂ ସ୍ପିନର କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ କମାଲ ବୋଲିଂ ଓ ୨ଟି ଲେଖାଏଁ ୱିକେଟ୍ ନେବା ଯୋଗୁ ନ୍ୟୁଜିଲାଣ୍ଡ ଟିମର ଟପ୍ ଅର୍ଡର ବ୍ୟାଟସମ୍ୟାନମାନେ ଶୀଘ୍ର ପାଭିଲିଅନ ଫେରିବାକୁ ବାଧ୍ୟ ହୋଇଥିଲେ । ନ୍ୟୁଜିଲାଣ୍ଡ ଟିମକୁ ୨୫୧ ରନରେ ସୀମିତ ହେବାକୁ ପଡ଼ିଥିଲା ।
ବ୍ୟାଟସମ୍ୟାନ୍ ବିରାଟ କୋହଲୀ ଆଜି ମାତ୍ର ୧ରନ୍ କରି ଆଉଟ ହୋଇଥିବାବେଳେ ଶ୍ରେୟସ ଅୟର ୪୮, ଅକ୍ଷର ପଟେଲ ୨୯, କେଏଲ ରାହୁଲ ଅପରାଜିତ ୩୩ ରନ ଓ ହାର୍ଦ୍ଧିକ ପାଣ୍ଡ୍ୟା ୧୮ ରନ୍ କରି ଚାମ୍ପିଅନ୍ସ ଟ୍ରଫି ବିଜେତା ହେବାର ମାର୍ଗକୁ ପ୍ରଶସ୍ତ କରିଥିଲେ । ୪୯ ଓଭରର ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ଏକ ଚୌକା ମାରି ଟିମଇଣ୍ଡିଆକୁ ବିଜୟୀ କରାଇଥିଲେ ।
ଆଜି ଏହି ଚାମ୍ପିଅନ୍ସ ଟ୍ରଫି ବିଜୟ ସହ କ୍ୟାପଟେନ୍ ରୋହିତ ଶର୍ମା ମଧ୍ୟ ଏକ ରେକର୍ଡ କରିଛନ୍ତି । ସେ ଦୁଇ ଦୁଇଥର ଆଇସିସି ଟ୍ରଫି ଜିତିଥିବା ଭାରତର ଦ୍ୱିତୀୟ କ୍ୟାପଟେନ୍ ପାଲଟିଛନ୍ତି । ତାଙ୍କର ନେତୃତ୍ୱରେ ଗତବର୍ଷ ଟିମଇଣ୍ଡିଆ ଟି-୨୦ ବିଶ୍ୱକପ୍‌-୨୦୨୪ ଟ୍ରଫି ଆଣିଥିଲା । ରୋହିତଙ୍କ ପୂର୍ବରୁ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଭାରତକୁ ଏକାଧିକ ଆଇସିସି ଟ୍ରଫି ଦେବାରେ ସଫଳ ହୋଇଥିଲେ ।
ସୂଚନାଯୋଗ୍ୟ, ୨୦୦୦ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଚଳିତଥର ଟିମଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତି ନିଜର ପ୍ରତିଶୋଧ ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top