Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ମାର୍ଟ ସିଟିର ନଗ୍ନ ଚେହେରା ଟିଉସନ ବାହାରିଥିଲା, ଡ୍ରେନରେ ଭାସିଗଲା ନାବାଳକ

ଭୁବନେଶ୍ବର,(ଓଡ଼ିଶା ୱେୟାର) : ଲଘୁଚାପ ଜନିତ ପ୍ରବଳ ବର୍ଷା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଜଣେ ଦଶମ ଶ୍ରେଣୀର ଛାତ୍ରୀ ଟିଉସନ ଯାଉଥିବା ସମୟରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ପ୍ରମୁଖ ସ୍ଥାନ ଶିରିପୁର ଅନ୍ତର୍ଗତ ଶତାବ୍ଦୀନଗରରେ । ଆଜି ଅପରାହ୍ଣରେ ଏହି ଘଟଣା ଘଟିଥିବା ବେଳେ ନାବାଳକଙ୍କୁ ଅଗ୍ନିଶମ ବିଭାଗ ଖୋଜୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ଆଜି ଦ୍ବିପ୍ରହର ପ୍ରାୟ ଦୁଇଟା ସମୟରେ ୧୫ ବର୍ଷର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିର୍ମୟ ବେହେରା ଟିଉସନ ବାହାରିଥିଲେ। ତେବେ ଶତାବ୍ଦୀ ନଗରରେ ପ୍ରବଳ ପାଣି ଜମିଥିବା ବେଳେ ମୁକୁଳା ଡ୍ରେନରେ ଜ୍ୟୋତିର୍ମୟ ସାଇକେଲ ସହିତ ଖସି ପଡ଼ିଥିଲେ। ପାଣିର ସୁଅ ପ୍ରଖର ଥିବାରୁ ଜ୍ୟୋତିର୍ମୟ ସେହି ସୁଅରେ କେଉଁ ଆଡ଼େ ଭାସି ଯାଇଥିବା ଅନୁମାନ କରାଯାଉଛି। ତେବେ ଗଲା ୩ ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ । ତେବେ ଏତେ ବଡ଼ ଘଟଣା କିପରି ଘଟିଲା ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଏହିଭଳି ଏକ ଅନୁରୂପ ଘଟଣା ଘଟିଥିଲା ୨୦୧୯ ମସିହା ନୂଆପଲ୍ଲୀ ଅଞ୍ଚଳରେ। ନୂଆପଲ୍ଲୀ ଥାନା ଅନ୍ତର୍ଗତ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ବୃଦ୍ଧ ଭାସି ଯାଇ ମୃତ୍ୟୁ ମୁଖରେ ପଡ଼ିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top