Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଲମ୍ପିକ ଖେଳାଳିଙ୍କ ପରିବାରକୁ ଧମକ

ମୁମ୍ବାଇ: ଟୋକିଓ ଅଲିମ୍ପିକରେ ଭାରତୀୟ ଦଳରେ ସାମିଲ ହୋଇଥିବା ତୀରନ୍ଦାଜ ପ୍ରବୀଣ ଯାଦବଙ୍କ ପରିବାରକୁ ଧମକ । ନିଜ ଗାଁରେ ଘର କରିବାକୁ ନେଇ ଏହି ଧମକ ମିଳୁଥିବା ଜଣାପଡ଼ିଛି । ଏହି ଧମକ ପ୍ରବୀଣଙ୍କ ପଡ଼ୋଶୀ ତାଙ୍କୁ ଦେଉଥିବା ଜଣାପଡ଼ିଛି । ସେପଟେ ଏହି ଧମକ ମିଳିବା ପରେ ପ୍ରବୀଣଙ୍କ ପରିବାର କହିଛନ୍ତି କି ଆମକୁ ଯଦି ଆମ ଜାଗାରେ ଘର କରିବାକୁ ସ୍ଥାନ ନ ମିଳେ ତେବେ ଆମେ ଏଠାରୁ ଚାଲିଯିବୁ ।
ସୂଚନାଯୋଗ୍ୟ ପ୍ରବୀଣ ହେଉଛନ୍ତି ମହାରାଷ୍ଟ୍ରର ସତାରା ଜିଲ୍ଲାର ସରାଡ଼େ ଗ୍ରାମର ମୂଳ ବାସିନ୍ଦା । ପ୍ରବୀଣଙ୍କ ବାପା ମା ମଧ୍ୟ ସେଠାରେ ରହି ଆସୁଛନ୍ତି । ସେଠାରେ ତାଙ୍କର ଦୁଇ ବଖରା ବିଶିଷ୍ଟ ଏକ ଘର ରହିଛି । ତେବେ ପ୍ରବୀଣଙ୍କ ବାପାଙ୍କ କହିବା କଥା ହେଉଛି କି ଏହି ଘରକୁ ପୁନର୍ବାର ମରାମତି କରି ବଡ଼ ଘର କରିବାକୁ। କିନ୍ତୁ ତାଙ୍କ ନିଜ ସ୍ଥାନ ଉପରେ ପଡ଼ୋଶୀ ଘର କରିବାକୁ ଦେଉ ନାହାନ୍ତି । ଏପରିକି ତାଙ୍କୁ ପଡ଼ୋଶୀ ଧମକାଉଥିବାର ଅଭିଯୋଗ କରିଛନ୍ତି ପ୍ରବୀଣଙ୍କ ବାପା ରମେଶ ଯାଦବ ।
ତେବେ ନିକଟରେ ଟୋକିଓ ଅଲମ୍ପିକିରେ ଯୋଗ ଦେଇ ଭାରତ ଫେରିଛନ୍ତି ତୀରନ୍ଦାଜ ପ୍ରବୀଣ ଯାଦବ । ଭାରତ ଫେରିବା ପରେ ପ୍ରବୀଣ ଏକ ଗଣମାଧ୍ୟମକୁ ନିଜର ସାକ୍ଷାତକାର ଦେଇ କହିଛନ୍ତି କି, ମୋର ବାପା ମା ଷ୍ଟେଟ ଏଗ୍ରିକଲଚର କର୍ପୋରେସନରେ ମଜୁରୀ କାର‌୍ୟ୍ୟ କରୁଥିଲେ। ତେବେ ଏହି ସଂଘ ଆମକୁ ଏହି ଜମି ଦେଇଥିଲେ । ତେବେ ଆମର ଆର୍ଥିକ ସ୍ଥିତିରେ ସୁଧାର ଆସିବା ପରେ ଆମେ ସେଠାରେ ଘର କାମ ଆରମ୍ଭ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ଏହି ଜମି ପାଇଁ ସଂଘ ପଟ୍ଟା ଦେଇ ନଥିବା ବେଳେ କେବଳ ମୌଖିକ ରୂପେ ଏହାକୁ ଆମ ନାଁରେ କରିଦେଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ କି ବାପାଙ୍କର ଯେତେବେଳେ ଚାକିରି ହୋଇ ଗଲା, ସେତେବେଳେ ଆମ ପରିବାରର ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରେ ଲାଗିଲା । ଫଳରେ ଆମେ ଦୁଇ ବଖରା ବିଶିଷ୍ଟ ଘରଟିଏ ନିର୍ମାଣ କରାଯାଇଥିଲା । ସେହି ସମୟରେ ଏହାକୁ କେହି ବିରୋଧ କରିନଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ଘର ବଡ଼ କରିବାର ସମୟ ଆସିଲା ସେହି ସମୟରେ ପଡ଼ୋଶୀମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ଏପରିକି ଆମେ ରହୁଥିବା ଜାଗା ତାଙ୍କର ବୋଲି ମଧ୍ୟ ଦାବି କରିବା ଆରମ୍ଭ କରିଦେଇଛନ୍ତି ।

ପ୍ରବୀଣ ଆହୁରି ମଧ୍ୟ କହିଛନ୍ତି ପଡ଼ୋଶୀଙ୍କ ଏଭଳି ଦାବି ଓ ବାରମ୍ବାର ବିରୋଧ ପାଇଁ ଆମେ କିଛି ଜାଗା ଛାଡ଼ିବାକୁ ରାଜି ହୋଇଥିଲୁ । ସେ ଆହୁରି ମଧ୍ୟ କହିଥିଲେ କି ଘର କାମ ପାଇଁ ଆମେ ପ୍ରାୟ ଦେଢ ଲକ୍ଷ ଟଙ୍କାର ସାମଗ୍ରୀ କିଣିଥିଲୁ। ଯାହାକୁ ପରବର୍ତ୍ତି ସମୟରେ ଆମେ ବିକିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଥିଲେ । ଘରେ ପାଇଖାନା ନିର୍ମାଣ କରିବା ସମୟରେ ପଡ଼ୋଶୀମାନେ ଆମକୁ ଘୋର ବିରୋଧ କରିଥିଲେ । ଏପରିକି ପୁଲିସରେ ଆମ ନାଁରେ ଅଭିଯୋଗ ମଧ୍ୟ କରିଥିଲେ ।

ସେପଟେ ପୁଲିସ ଅଧିକାରୀ ଶିବାଜୀ ଜଗତାପ କହିଛନ୍ତି କି ପ୍ରବୀଣ ରହୁଥିବା ସ୍ଥାନ ଏବେ ସଂଘ ନାମରେ ରହିଛି । ଯାଦବ ପରିବାର ସେଠାରେ ଘର କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ପଡ଼ୋଶୀମାନଙ୍କର ଯିବାଆସିବାରେ ସମସ୍ୟା ସୃଷ୍ଟି ହେବା ପରେ ସେମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ରରେ ଯିବାଆସିବା ରାସ୍ତା ବନ୍ଦ ହୋଇଯିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା ପୁଲିସ ଅଧିକାରୀ କହିଛନ୍ତି । ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହି ବିବାଦର ସମାଧାନ ହୋଇଯିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ । ସେପଟେ ପ୍ରଶାସନ ଉକ୍ତ ଜମିର କିଛି ଅଂଶ ପ୍ରବୀଣଙ୍କ ନାଁରେ କରିଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top