Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦୁଇ ବର୍ଷର ଶିଶୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ

ଉମରକୋଟ (ଓଡ଼ିଶା ୱେୟାର) : କୁନି ଝିଅଟିର ବୟସ ମାତ୍ର ଦୁଇ ବର୍ଷ। ଠିକ୍ ଭାବେ କଥା କହି ପାରୁନଥିବା ଏହି ଝିଅଟି ଅସାଧାରଣ ପ୍ରତିଭାର ଅଧିକାରୀ। ଯେକୌଣସି ବସ୍ତୁ, ରଙ୍ଗ, ଆକାର, ଜୀବ ଜନ୍ତୁ, ପଶୁପକ୍ଷୀ, ପଶୁ ପକ୍ଷୀଙ୍କ ଶବ୍ଦ, ବିପରୀତ ଶବ୍ଦ, ଗୀତ ଏବଂ ଭଜନ ଇତ୍ୟାଦିକୁ ଅତି ର୍ନିଭୁଲ ଭାବରେ କହି ପାରନ୍ତି ଦୁଇ ବର୍ଷର କୁନି ଝିଅ ସମ୍ପୂର୍ଣ୍ଣା। ନାଁ ଯେମିତି ସମ୍ପୂର୍ଣ୍ଣା ଗୁଣରେ ବି ସେମିତି ସମ୍ପୂର୍ଣ୍ଣା।
ସଂପୂର୍ଣା ହେଲେ ଉମରକୋଟ ଗୁଳିପାଟଣା ସ୍ଥିତ ପୂର୍ଣ୍ଣିମା ପଟନାୟକ ଓ ସମୀର ଗନ୍ତାୟତଙ୍କ ଏକ ମାତ୍ର ଝିଅ। ଦେଖନ୍ତୁ କିଭଳି ଭାବରେ ର୍ନିଭୁଲ ଭାବରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଅତି ନିର୍ଭୁଲ ଭାବେ ଦେଇ ଚାଲିଛନ୍ତି । ପିଲାଟି ଦିନରୁ ସମ୍ପୂର୍ଣ୍ଣାଙ୍କର ସ୍ମରଣ ଶକ୍ତି ଏତେ ତୀକ୍ଷ୍ଣ ଯେ ଏକ ବର୍ଷ ବୟସରୁ ପାଠ ସମ୍‌ୱନ୍ଧୀୟ ଯେ କୌଣସି ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେଇ ପାରୁଥିଲେ। ଏହାକୁ ଦେଖି ମା ବାପା ଝିଅଟିକୁ ଆଗ୍ରହର ସହ ଅନେକ ବିଷୟରେ ଜ୍ଞାନ ଦେଲେ, ତାକୁ ବି ଚଟାପଟ୍ ଗ୍ରହଣ କଲା ସମ୍ପୂର୍ଣ୍ଣା। ଯାହାର ସଫଳ ରୂପାୟନ ଭାବରେ ଆଜି ସଂପୂର୍ଣ୍ଣା “ଇଣ୍ଡିଆ ବୁକ ଅଫ ରେକର୍ଡ ” ରେ ସ୍ଥାନ ପାଇଛନ୍ତି।
ଦିଲ୍ଲୀରେ ହେଉଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଏକ ପ୍ରତିଯୋଗିତା ସର୍ମ୍ପକରେ ବାପା ସମୀର ଅନଲାଇନରୁ ଜାଣି ପାରିଥିଲେ ଓ ଝିଅକୁ ଏହି ଅନୁଷ୍ଠାନରେ ଭାଗ ନେବା ପାଇଁ ୨୦୨୧ ମସିହା ଜୁନ ୧୦ ତାରିଖରେ ଆବେଦନ କରିଥିଲେ। ଯାହାପରେ, ଅନୁଷ୍ଠାନ ପକ୍ଷରୁ ଶିଶୁଟିର ସମସ୍ତ କାର‌୍ୟ୍ୟ କଳାପ ସମ୍ବନ୍ଧୀୟ ତଥ୍ୟ ମଗା ଯାଇଥିଲା । ସଂପୂର୍ଣାଙ୍କ ବାପା ଝିଅର ଡେଲି ଲାଇଫ୍ ସମ୍ପର୍କିତ ୨୦ଟି ଭିଡିଓ ପଠାଇ ଥିଲେ। ଯାହାକୁ ଦେଖିବା ପରେ ଅନୁଷ୍ଠାନ ପକ୍ଷରୁ ଭିଡିଓ କଲ୍ ମାଧ୍ୟମରେ ଶିଶୁଟିକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଏବଂ ଝିଅଟି ମଧ୍ୟ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିଥିଲେ। ସେଥି ମଧ୍ୟରୁ ୪୬ ଟି ପଶୁଙ୍କ ନାମ,୨୦ ଟି ପକ୍ଷୀଙ୍କ ନାମ,୧୮ଟି ପନିପରିବାର ନାମ,୧୮ ଟି ଫୁଲର ନାମ,୧୭ ଟି ଫଳର ନାମ,୧୧ ଟି ରଙ୍ଗ,୧୧ ଟି ଆକାର, ୬ ଟି କୀଟ ପତଙ୍ଗ, ୮ ଖାଦ୍ୟ ପଦାର୍ଥର ନାମ ଇତ୍ୟାଦି ପ୍ରଶ୍ନ କରାଯାଇଥିଲା। ଯାହାପରେ ସମ୍ପୂର୍ଣ୍ଣାଙ୍କର ନାମ “ଇଣ୍ଡିଆ ବୁକ ଅଫ୍ ରେକର୍ଡ ” ରେ ସ୍ଥାନ ପାଇଛି।
ଅନୁଷ୍ଠାନ ପକ୍ଷରୁ ଗତ ଜୁନ୍ ୩୦ ରେ ପରିବାର ଲୋକଙ୍କୁ ସୂଚନା ଦିଆ ଯାଇଥିଲା ଏବଂ ସଫଳତା ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ପୋଷ୍ଟାଲ ମାଧ୍ୟମରେ ଘରେ ପହଞ୍ଚିଥିଲା । ଏତେ କମ୍ ବୟସରେ ସଂପୂର୍ଣ୍ଣାଙ୍କ ବଡ ସଫଳତାରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଝିଅର ସଫଳତା ପାଇଁ ମୁଖ୍ୟତଃ ପରିବାରର ବୟଜ୍ୟେଷ୍ଠଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମାଆ ପୂର୍ଣ୍ଣିମା ଓ ବାପା ସମୀର କହିଛନ୍ତି। ଦର୍ଶକବନ୍ଧୁ ସମ୍ପୂର୍ଣ୍ଣା ମାତ୍ର ଦୁଇ ବର୍ଷରେ ଏପରି ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top